ଲଡୁଗାଁରେ ମହାମାରୀର ରୂପ ନେଉଛି ଡେଙ୍ଗୁ

0

କଲମପୁର : କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବର୍ତ୍ତମାନ ଡେଙ୍ଗୁ ଜ୍ୱରର ଆତଙ୍କ ଦେଖାଯାଇଛି। ଗତ ଶୁକ୍ରବାର ଦିନ ସରକାରୀ ସ୍ତରରେ ଚିହ୍ନଟ ହେବା ଦ୍ୱାରା ଲଡୁଗାଁର ୬ ଜଣ ବ୍ୟକ୍ତିଙ୍କ ରକ୍ତ ନମୂନାରେ ଡେଙ୍ଗୁ ଥିବା ଜଣାପଡିଛି। ଶନିବାର ରାଘବ ଅଗ୍ରୱାଲ, ଅରବିନ୍ଦ ତିୱାରୀ, ଚିଣ୍ଟୁ ଗୋୟଲ, କେଶବ ଗୋୟଲ ପ୍ରମୁଖ ୪ଜଣଙ୍କ ରକ୍ତ ନମୂନାରେ ଡେଙ୍ଗୁଥିବା ସ୍ପଷ୍ଟ ହୋଇଛି। ଏହାପରେ ସାଧାରଣରେ ଆତଙ୍କ ସୃଷ୍ଟି  ହୋଇଛି। ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଏହି ଜ୍ୱର ପୁଣି ବ୍ୟାପି ମହାମାରୀର ରୁପ ନେବାର ଆଶଙ୍କା ପ୍ରକାଶ କରାଯାଉଛି। ଲଡୁଗାଁରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇଥିବା ବେଳେ ବିଭିନ୍ନ ଧାନ କଳର ବର୍ଜ୍ୟ ପାଣି ଓ ଅନ୍ୟ ବର୍ଜ୍ୟ ସାମଗ୍ରୀ ଗଚ୍ଛିତ ହେଇ ରହୁଥିବାରୁ ମଶା ବଂଶ ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ ମଶାର ପେଣ୍ଠସ୍ଥଳୀ ପାଲଟିଛି। ପ୍ରଶାସନ ତରଫରୁ ତୁରନ୍ତ ଏହାର ନିୟନ୍ତ୍ରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆନଗଲେ ଏହି ରୋଗ ପ୍ରଭାବରେ ଆଗାମୀ ଦିନରେ ଜନଜୀବନ ନଷ୍ଟ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏହା ରୋଗୀଙ୍କ ସଂଷ୍ପର୍ଶରେ ସହଜରେ ଆସୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଏହି ରୋଗ ବ୍ୟାପିବାର ଆଶଙ୍କା ତେଣୁ ତୁରନ୍ତ ଲୋକଙ୍କ ମଧ୍ୟରେ ଡେଙ୍ଗୁ ରୋଗ ବ୍ୟାପିବାର କାରଣ ଓ ନିରାକରଣ ନେଇ ସଚେତନତା ସୃଷ୍ଟି କରିବା ସହିତ ପ୍ରଶାସନ ତରଫରୁ ଆବଶ୍ୟକୀୟ ପ୍ରତିଷେଧମୁଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Leave A Reply