ବିହାରରେ ଡେଙ୍ଗୁ ; ଡାକ୍ତରଖାନାରେ ୪୦୦

ପାଟନା : ପ୍ରଳୟଙ୍କରୀ ବର୍ଷା ଓ ବନ୍ୟା ପରେ ବିହାରରେ ମହାମାରୀ ଦେଖାଦେଇଛି। ଦୀର୍ଘ ୯ଦିନ ଧରି ପାଟନା ସହିତ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିବା ଦ୍ବାରା ପରିବେଶ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ରାଜଧାନୀ ପାଟନା ସହରର ଅବସ୍ଥା ସବୁଠୁ ଖରାପ ରହିଛି। ସବୁଆଡ଼ ଆବର୍ଜନାମୟ ହୋଇ ରହିଛି। ପଚା ପାଣି ନିଷ୍କାସନ ହୋଇପାରୁ ନାହିଁ। ବିଭିନ୍ନ ସ୍ଥାନରେ ମଶାବାହିତ ରୋଗ ବ୍ୟାପିବାରେ ଲାଗିଛି। ବିଶେଷ ଭାବେ ଡେଙ୍ଗୁ ଜ୍ବର ଏବେ ଆତଙ୍କ ସୃଷ୍ଟି କରିଛି। ଗତ ତିନି ଦିନ ମଧ୍ୟରେ ୪୦୦ରୁ ଅଧିକ ଡେଙ୍ଗୁ ରୋଗୀ ପାଟନା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଝାଡ଼ାବାନ୍ତି ମଧ୍ୟ ଅନେକ ସ୍ଥାନରେ ବ୍ୟାପିଛି। ଇତିମଧ୍ୟରେ ବର୍ଷା ବିତ୍ପାତଜନିତ ମୃତ୍ୟୁ ସଂଖ୍ୟା ୭୩ ଛୁଇଁଛି। ଅପରପକ୍ଷରେ ପରିସ୍ଥିତି ସମ୍ଭାଳିବାରେ ସରକାର ବିଫଳ ହୋଇଥିବା ଦର୍ଶାଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାର ଶୁକ୍ରବାର ବନ୍ୟା ସହାୟତା ବାବଦରେ ବିହାରକୁ ଅତିରିକ୍ତ ୨୧୩ କୋଟି ୭୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

Comments are closed.