କଳାହାଣ୍ଡିର କୋକସରାରେ ଅଣାୟତ୍ତ ହେଉଛି ଡେଙ୍ଗୁ, ୭୫ ଆକ୍ରାନ୍ତ

0

କୋକସରା:  କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଲଡୁଗାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମଙ୍ଗଳବାରରେ ଆକ୍ରନ୍ତଙ୍କସଂଖ୍ୟା ୫୭ ଥିବାବେଳେ ବହୁଧବାରରେ  ଏହା ୭୫ରେ ପହଞ୍ଚିଛି ।   ଧିରେଧିରେ ଏହା ଏକ ମହାମାରୀର ରୂପ ନେଲାଣି ।କେବଳ ଲଡୁଗା ନୁହେଁ ନିକଟସ୍ଥ ଆଇଲି ,ଚିକଲି,ଓଲମା ଗ୍ରାମକୁ ଡେଙ୍ଗୁ ବ୍ୟାପୁଥିା ଜଣା ପଡିଛି  । ବର୍ଷା ଦିନ ସାଙ୍କକୁ ମଶାବଂଶ ବୃଦ୍ଧି ପାଉଥିବାରୁ ଡେଙ୍ଗୁ ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ଦେଉଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Leave A Reply