ଫଣୀ ବିପନ୍ନଙ୍କ ଗଣଧାରଣା ପ୍ରତ୍ୟାହୃତ

ସାକ୍ଷୀଗୋପାଳ :  ନବ ନିର୍ମାଣ କୃଷକ ସଂଗଠନ ତରଫରୁ ୨୦୧୯ରେ ହୋଇଥିବା ସାମୁଦ୍ରିକ ବାତ୍ୟା ଫଣୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସରକାରୀ ସହାୟତାରୁ ବଞ୍ଚିତ ଶତାଧିକ ହିତାଧିକାରୀ ସହାୟତା ପ୍ରଦାନ ନିମନ୍ତେ ଦାବୀ କରି ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ।

ସତ୍ୟବାଦୀ ଥାନା ଆରକ୍ଷୀ ନିରୀକ୍ଷକ ଦେବୀ ପ୍ରସାଦ ପାତ୍ର ଓ ତହସିଲ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ( ସେକ୍ସନ ଅଫିସର ) ବିଶ୍ୱ ରଞ୍ଜନ ପଟ୍ଟନାୟକ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା ୧୫ତାରିଖ ସୁଦ୍ଧା ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ଶ୍ରୀ ପଟ୍ଟନାୟକ ପ୍ରତିଶୃତି ପ୍ରଦାନ ଦେଇଥିଲେ। ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏ ସମ୍ପର୍କିତ ଏକ ଦାବିପତ୍ର ବିଭାଗୀୟ ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ।

 ଗତ ୨ତାରିଖ ଠାରୁ ନବ ନିର୍ମାଣ କୃଷକ ସଂଗଠନ ଓ ଫଣୀ କ୍ରିୟାନୁଷ୍ଠାନ କମିଟି, ସତ୍ୟବାଦୀ ତରଫରୁ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆଜି ପର୍ଯ୍ୟନ୍ତ ଚାଲିଥିଲା। ଏ ସମ୍ପର୍କରେ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଇଜିଲାସରେ ମୋକଦ୍ଦମା ଦାଖଲ ହୋଇଛି।

ସୂର୍ଯ୍ୟ ନାରାୟଣ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ  ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ର, ସତ୍ୟବାଦୀ ବ୍ଲକ ସଂଯୋଜକ ଶରତ ପ୍ରଧାନ ଓ ସର୍ବ ଭାରତୀୟ ନାରିକେଳ ଉତ୍ପାଦକ ମହାସଂଘର ଓଡିଶା ସଭାପତି ହୃଷିକେଶ ମିଶ୍ରଙ୍କ ସମେତ ଶତାଧିକ ଆନ୍ଦୋଳନକାରୀ ସାମିଲ ହୋଇଥିଲେ।

Comments are closed.