ପୀଡ଼ିତଙ୍କୁ ନ୍ୟାୟ ପାଇଁ ଅକାଳୀ ଦଳର ବିକ୍ଷୋଭ

0

ନୂଆଦିଲ୍ଲୀ : ୧୯୮୪ ଶିଖ୍‍ ବିରୋଧୀ ଦଙ୍ଗା ପୀଡ଼ିତଙ୍କ ନ୍ୟାୟ ପ୍ରଦାନ ଦାବିରେ ଶିରୋମଶୀ ଅକାଳୀ ଦଳ (ଏସ୍‍ଏଡି) ପକ୍ଷରୁ ଶନିବାର ନୂଆଦିଲ୍ଲୀଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୩୦ ବର୍ଷ ପୂର୍ବେ ଏହି ଘଟଣା ଘଟାଇଥିବା ଲୋକଙ୍କୁ ଉଚିତ ଦଣ୍ଡ ଦେବା ତଥା ଦଙ୍ଗା ପୀଡ଼ିତ ତଥା ସେମାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ତେବେ ବିକ୍ଷୋଭର ନେତୃତ୍ୱ ନେଉଥିବା କେନ୍ଦ୍ର ମନ୍ତ୍ରୀ ହରସିମରତ୍‍ କୌର ବାଦଲଙ୍କୁ ପୁଲିସ ଅଟକ ରଖିବା ଯୋଗୁ ଏହା ହିଂସାତ୍ମକ ହୋଇପଡିଥିଲା। ଦଳୀୟ କର୍ମୀ ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ବିକ୍ଷୋଭ ଆରମ୍ଭ ହେବା ପରେ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଲୋଗାନ ଦେବା ସହିତ କୁଶପୁତ୍ତଳିକା ଦାହ କରିଥିଲେ। ଯଦ୍ଦ୍ୱାରା କିଛି ଘଣ୍ଟା ପାଇଁ କେନ୍ଦ୍ରୀୟ ଦିଲ୍ଲୀରେ ଟ୍ରାଫିକ୍‍ ସମସ୍ୟା ଉପୁଜିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ବାଧ୍ୟ ହୋଇ ବାଦଲଙ୍କୁ ଅଟକ ରଖିଥିଲା। ଦଙ୍ଗା ସମୟରେ କେନ୍ଦ୍ରରେ କ୍ଷମତାରେ ଥିବା କଂଗ୍ରେସ ସରକାର ଶିଖ୍‍ଙ୍କ ପ୍ରତି ପକ୍ଷପାତିତା କରିଥିବା କୌର ଅଭିଯୋଗ କରିଥିଲେ। ଏହି ଦଙ୍ଗା ଭାରତ ଇତିହାସରେ ଏକ କଳଙ୍କ ବୋଲି ସେ ଦର୍ଶାଇବା ସହ କୌଣସି ଦଙ୍ଗା ପୀଡ଼ିତଙ୍କୁ ନ୍ୟାୟ ମିଳି ନ ଥିବା ସେ ଅଭିଯୋଗ କରିଥିଲେ।

Leave A Reply