ଆଜି ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ

୨୦୦୭ରେ ଜାତିସଂଘ ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହେବାପରେ ପ୍ରତିବର୍ଷ ଆଜିର ଦିନଟିକୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଇଆସୁଛି। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ରଖିବା ଦିଗରେ ସରକାରଗୁଡ଼ିକ ଯତ୍ନବାନ ହେବାକୁ ଓ ବ୍ୟବସ୍ଥା ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦର୍ଶାଇବାପାଇଁ ସଚେତନ କରିବାକୁ ଏହି ଦିବସର ପରିକଳ୍ପନା କରାଯାଇଥିଲା। ଏହାଦ୍ବାରା ପ୍ରତ୍ୟେକ ନାଗରିକଙ୍କୁ ତା’ର ଅଧିକାର ମିଳିବାରେ ସହାୟକ ହେବ ବୋଲି କୁହାଯାଇଥିଲା। ସହସ୍ରାଧିକ ବର୍ଷ ପୂର୍ବେ ପ୍ରାଚୀନ ଗ୍ରୀସ୍‌ରେ ଗଣତନ୍ତ୍ରର ଜନ୍ମଠାରୁ ଏ ପର୍ଯ୍ୟନ୍ତ ଅନେକ ତ୍ରୁଟିବିଚ୍ୟୁତି ଥିବା ସତ୍ତ୍ବେ ଗଣତନ୍ତ୍ରକୁ ହିଁ ଶ୍ରେଷ୍ଠ ଶାସନପ୍ରଣାଳୀ ଭାବେ ସ୍ବୀକାର କରାଯାଉଛି। ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ନିମନ୍ତେ ଏଥିସହ ସଂଶ୍ଳିଷ୍ଟ ସମସ୍ତଙ୍କର ଭୂମିକା ରହିଛି।

Comments are closed.