ଆଉ ୧୭ ଜଣଙ୍କର ଜୀବନ ନେଲା କରୋନା : ମୃତ୍ୟୁ ସଂଖ୍ୟା ୧୧୫୨ରେ ପହଞ୍ଚିଲା

ଭୁବନେଶ୍ୱର : ସୋମବାର ରାଜ୍ୟରୁ ଆଜି ଆଉ ୧୭ ଜଣଙ୍କର ଜୀବନ ନେଇଛି କରୋନା। ଏଥିସହରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେହିପରି  ବଲାଙ୍ଗୀର, ସୁବର୍ଣ୍ଣପୁର ଓ  ଝାରସୁଗୁଡାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଜଗତସିଂହପୁର, ବୌଦ୍ଧ, ବରଗଡ଼, ମୟୂରଭଞ୍ଜ ଓ ନୂଆପଡାରୁ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

Comments are closed.