ଆଉ ୯ ଜଣଙ୍କର ଜୀବନ ନେଲା କରୋନା : ମୃତ୍ୟୁ ସଂଖ୍ୟା ୬୯୧

ଭୁବନେଶ୍ବର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଥମିବାର ନା ଧରୁନି। ରାଜ୍ୟରୁ ଶନିବାର ୯ ଜଣଙ୍କର ଜୀବନ ନେଇଛି କରୋନା। ଏଥି ସହିତ ମୋଟ୍ ​କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯୧ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା​ ଦିଆଯାଇଛି।‌

ଆଜି ବରଗଡ଼ରୁ ୨ଜଣ, ଭଦ୍ରକ, ବଲାଙ୍ଗୀର, କଟକ ଓ ଗଜପତିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେହିପରି ପୁରୀ, ରାୟଗଡା ଓ ସମ୍ବଲପୁରରୁ  ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି।

Comments are closed.