କୁଳକୁସମରେ ଜଳ ସଂକଟ, ଅଚଳ ନଳକୂଅ ଓ ପୋଖରୀ ପୁନରୁଦ୍ଧାର ଦାବି

ଗୁଡଭେଲା: ଗୁଡଭେଲା ବ୍ଲକ ଘୁନା ପଞ୍ଚାୟତ ଅନ୍ତର୍ଗତ କୁଳକୁସମ ପଡାରେ ଜଳ ସଂକଟ ଦେଖା ଦେଇଛି। ପଡାରେ ପାଖାପାଖି ୧୫ ପରିବାର ରହୁଥିବା ବେଳେ ୨ଟି ନଳକୂଅ ରହିଛି। ଗୋଟିଏ ନଳକୂଅ ଅଚଳ ହୋଇ ପଡି ରହିଥିବା ବେଳେ ଅନ୍ୟ କୂଅରେ ପାଣି ପାଇଁ ଅଧାଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଯାହା ପାଇଁ ପଡା ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପଡା ପାଖରେ ଏକ ପୋଖରୀ ରହିଛି।

ଏହି ପୋଖରୀ ଉପରେ ପ୍ରାୟ ସମସ୍ତ ଲୋକ ନିର୍ଭର କରିବା ସହ ଗାଈ ଗୋରଙ୍କୁ ମଧ୍ୟ ଏହି ପାଣିରେ ନିର୍ଭର କରିଥାନ୍ତି। ଖରା ଦିନ ଆସିଲେ ଏହି ପୋଖରୀର ପାଣି ଶୁଖି ଯାଇ କମ୍‍ ପାଣି ଥିବାରୁ ସେଠାରେ ଗାଧାଇଲେ କାଛୁ କୁଣ୍ଡିଆ ଭଲି ଚର୍ମ ରୋଗ ହେଉଛି। ଯାହା ଦ୍ୱାରା ସେମାନେ ବାଧ୍ୟ ହୋଉ ନଳକୂଅ ଉପରେ ନିର୍ଭର କରୁଛନ୍ତି। ଅଚଳ ନଳକୂଅକୁ ସଚଳ କରିବା ଓ ମନରେଗା ଯୋଜନାରେ ପୋଖରୀକୁ ଖୋଳାଗଲେ ଜଳ ଧାରଣା କ୍ଷମତା ବୃଦ୍ଧି ପାଇବ ଓ ଲୋକେ ହଇରାଣ ହେବେ ନାହିଁ ବୋଲି ମତ ଦେଇଛନ୍ତି। ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକଙ୍କ ଦାବି କରିଛନ୍ତି।

Comments are closed.