ଅପଲାଇନ ପରୀକ୍ଷା ପାଇଁ ଦାବି

ସମ୍ବଲପୁର : ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ସ୍ନାତକ ଦ୍ୱିତୀୟ ବର୍ଷର ପରୀକ୍ଷାକୁ ଅଫ ଲାଇନ ବଦଳରେ ଅନଲାଇନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଏହି ମର୍ମରେ ଛାତ୍ରଛାତ୍ରୀମାନେ ଜିଏମୟୁ କୁଳପତିଙ୍କୁ ସାକ୍ଷାତକାର କରି କୋଭିଡ ସଂକ୍ରମଣକୁ ଧ୍ୟାନରେ ରଖି ଅଫଲାଇନ ବଦଳରେ ଅନଲାଇନ ଜରିଆରେ ପରୀକ୍ଷା କରିବାକୁ ଦାବି କରିଥିଲେ। ତେବେ କୁଳପତି ଏବେ ଛୁଟିରେ ଥିବା ବେଳେ ଅନୁପସ୍ଥିତ ଥିବାରୁ କୁଳସଚିବ ଗିରିଶ ଚନ୍ଦ୍ର ସିଂହ ଏ ସର୍ମ୍ପକରେ କୁଳପତି କାର୍ଯ୍ୟରେ ଯୋଗଦାନ ପରେ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଛାତ୍ରଛାତ୍ରୀଙ୍କ ପ୍ରତିନିଧି ମଣ୍ଡଳରେ ଛନ୍ଦା ଚରଣ ଦଲପତ, ସିଦ୍ଧାନ୍ତ ପୂଜାରୀ, ଶ୍ୱେତାଂଶୁ ଶେଖର ବରାଇ, ସୁବ୍ରତ ଶତପଥୀ, ଅନୁପମା ସେଠ, ୟସ ତିୱାରୀ, ଚୁମନ ପ୍ରଧାନ, ଅଭିଳାଷ ମେହେର ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର କୁଳ ସଚିବଙ୍କୁ ପ୍ରଦାନ କରିଥିଲେ।

Comments are closed.