MEllora 950×100

ଉତ୍ପାଦନ ଅନୁଯାୟୀ ଟୋକନ ଦେବାକୁ ଦାବି

ସମ୍ବଲପୁର : ସମ୍ବଲପୁର ଜିଲା ରେଙ୍ଗାଲି ସମବାୟ ସମିତି ଅଧିନସ୍ଥ ଚାଷୀ ମାନେ ଫସଲ ଉତ୍ପାଦନ ଅନୁଯାୟୀ ଟୋକନ ଦେବାକୁ ଦାବି କରିଛନ୍ତି । ଜିଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଚଳିତ ବର୍ଷ ଭଲ ଫସଲ ଅମଳ ହୋଇଥିବା ବେଳେ ଅନେକ ଚାଷୀ ସେମାନଙ୍କର କଷ୍ଟାର୍ଜିତ ଫସଲକୁ ବିକ୍ରି କରିବା ନିମନ୍ତେ ଆବଶ୍ୟକୀୟ ଟୋକନ ପାଇ ପାରି ନାହାନ୍ତି । ରେଙ୍ଗାଲି ସମବାୟ ସମିତିର ସମ୍ପାଦକ ଓ କନିଷ୍ଠ କୃଷି ଅଧିକାରୀ ଖାମଖିଆଲି ଭାବରେ କ୍ଷେତ୍ର ପରିଦର୍ଶନ ନ କରି ଫସଲ ଅମଳର ରିପୋର୍ଟ ପଠାଇଛନ୍ତି । ଏଣୁ ଚାଷୀ ମାନେ ଉପଯୁକ୍ତ ପରିମାଣର ଧାନ ବିକ୍ରି ନିମନ୍ତେ ଟୋକନ ପାଇ ପାରି ନାହାନ୍ତି । ଚାଷୀ ମାନେ ଧାର କରଜ କରି ଚାଷ କରିଥିବା ବେଳେ ଏବେ ଉତ୍ପାଦିତ ଧାନକୁ କିଭଳି ବିକ୍ରି କରିବେ ତାକୁ ନେଇ ଚିନ୍ତାରେ ରହିଛନ୍ତି । ଏଣୁ ସମିତିର ସମ୍ପାଦକ ଓ କନିଷ୍ଠ କୃଷି ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଞ୍ଚଳରେ ଉତ୍ପାଦିତ ହୋଇଥିବା ଫସଲର ଆକଳନ କରି ତୁରନ୍ତ ଉପଯୁକ୍ତ ଟୋକନ ପ୍ରଦାନ କରିବାକୁ ଚାଷୀ ମାନେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

 

 

Comments are closed.