କଣ୍ଟାପାଲି ଛକରେ ବିପଦପୂର୍ଣ ଗର୍ତ୍ତ ମରାମତି ପାଇଁ ଦାବୀ

ରେଙ୍ଗାଲି :  ସମ୍ବଲପୁର ସହର ଉପକଣ୍ଠ ରେ ଥିବା ସିନ୍ଦୁରପଙ୍କ ରୁ ଠେମରା,ପରମାଣପୁର ଦେଇ ବାମରା ଅଞ୍ଚଳ କୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚିରୋଡ୍ ର ଜୁନାଡିହି ଛକ ରୁ ଲାଙ୍ଗବାହାଲ,କଣ୍ଟା ପାଲି, ଲଇଡା ଦେଇ କୁଚିଣ୍ଡା କୁ ସଂଯୋଗ ସଇଡା ଜୁନାଡିହି ରାସ୍ତା ର କଣ୍ଟାପାଲି ଛକ ପାଖ ରେ ଦୀର୍ଘ ଦିନ ହେଲା ରାସ୍ତା ମଝି ରେ ଏକ ବିପଦପୂର୍ଣ ଗର୍ତ୍ତ ସୃଷ୍ଟି ହୋଇଛି । ପ୍ରାୟ ୩ଫୁଟ ଗଭୀର ଏବଂ ଦୁଇ ଫୁଟ୍ ଦୈଘ୍ୟ ପ୍ରସ୍ତ ଆକାର ଥିବା ଏହି ଗର୍ତ୍ତ ଯୋଗୁଁ ଦୁର୍ଘଟଣା ଘଟି ଧନ ଜୀବନ ହାନି ର ଆଶାଙ୍କା ଦେଖାଦେଇଛି । ବିଗତ ଦିନ ରେ ଛୋଟ ଛୋଟ ଦୁର୍ଘଟଣା ଘଟି ଲୋକେ କ୍ଷତାହତ ମଧ୍ୟ ହେଉଥିବାର ଜଣାପଡିଛି । ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମଝି ରେ ଥିବା ଏହି ବିପଦ ପୂର୍ଣ ଗର୍ତ୍ତ ର ଆଶୁ ମରାମତି ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

Comments are closed.