କୋଭିଡ ଚିକିତ୍ସାଳୟ ଖୋଳିବା ପାଇଁ ଯୁବ ସଂଗଠନର ଦାବି

ଆଠଗଡ : ଆଠଗଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ତୁରନ୍ତ ଆଠଗଡରେ ପୂର୍ବପରି କୋଭିଡ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରିବା ପାଇଁ ଆଠଗଡ ଯୁବ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଯୁବ ସଂଗଠନର ମୁଖ୍ୟ ସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ସାକ୍ଷାତ କରି ଏ ସଂପର୍କୀତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ମାଧବପୁରସ୍ଥିତ ଜିମସାର କୋଭିଡ ଚିକିତ୍ସାଳୟକୁ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରିବା, ଆଠଗଡର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିୟମିତ ବିଶୋଧନ କରିବା ଏବଂ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ପର୍ଯ୍ୟାପ୍ତ କୋଭିଡ ଟୀକା ଉପଲବ୍ଧ କରାଇବା ସହ ଆଣ୍ଟିଜେନ ଓ ଆରଟିପିସିଆର ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଲାଗି ଦାବି କରାଯାଇଛି।
ଦାବିପତ୍ର ପାଇବା ପରେ ଉପଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କୁ ଏ ସଂପର୍କରେ ତାଙ୍କ ପ୍ରତିକ୍ରିୟା ପଚାରିବାରେ ମାଧପୁରସ୍ଥିତ ଜିମସାର କୋଭିଡ ଚିକିତ୍ସାଳୟ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଖୁବ୍‍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ସେ ପ୍ରକାଶ କରିଥିଲେ।

Comments
Loading...