ସର୍ବନିମ୍ନ ମାସିକ ପେନସନ ବୃଦ୍ଧି ଦାବି

ଯାଜପୁର (ଆନନ୍ଦ) :ଅଲ ଓଡ଼ିଶା ଇପିଏଫ ପେନ୍ସନରର୍ସ ଆସୋସିଏସନ୍ ଆହ୍ନାନ କ୍ରମେ ଯାଜପୁର ଜିଲା ପକ୍ଷରୁ ୩ ଦଫା ଦାବୀ ପୂରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସର୍ବନିମ୍ନ ମାସିକ ପେନସନ ମହଙ୍ଗା ଭତ୍ତା ସହ ମାସିକ ୯ ହଜାର ଟଙ୍କା ପ୍ରଦାନ, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ, ଚିକିତ୍ସା ଭତ୍ତା କିମ୍ବା ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ପ୍ରଦାନ ଆଦି ଦାବି ନେଇ ସଂଘର ସମ୍ପାଦକ ନିରଞନ ପରିଡ଼ାଙ୍କ ନେତୃରେ ବହୁ ସଦସ୍ୟ ଯୋଗଦେଇ କିଆନାଳିକୁଳ ଠାରୁ ଏକ ର୍ୟାଲି ବାହାରି ସହର ପରିକ୍ରମା କରି ଜିଲାପାଳ ଅଫିସରେ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।