ଭାଇରାଲ ହେଉଛି ଡେଲିଭରୀ ବୟ ଓ ପୋଷା କୁକୁରର ଗୋଡିଆ ଗୋଡି ଭିଡିଓ

ଲଣ୍ଡନ .- ବ୍ରିଟେନ୍‌ରେ ଏକ ପୋଷା କୁକୁର ଓ ଡେଲିଭରୀ ବୟଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଡେଲିଭରୀ ବୟ ନିଜ କାର୍‌ରୁ ଜିନିଷ କାଢି ଜଣେ ମହିଳାଙ୍କୁ ଦେବା ପାଇଁ ଘରର କଲିଂ ବେଲ୍‌ ବଜାଇବା ମାତ୍ରେ ତାଙ୍କର କଳା ରଙ୍ଗର ପୋଷା କୁକୁର ଗୋଡାଇବାରେ ଲାଗିଥିଲା ।

ଡେଲିଭରୀ ବୟ ପ୍ରାଣ ବିକଳରେ କାର ପଛପଟେ ଲୁଚିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର କୁକୁର ସେଠି ବା ତାଙ୍କୁ ଛାଡି ନଥିଲା । ପରେ ସେ ଡେଲିଭରୀ ବୟଙ୍କ ପଛରେ ଗୋଡାଇଥିଲା । ସେ ସେଠାରୁ ଦୂରକୁ ଦଉଡି ପଳାଇଥିଲେ । ଡେଲିଭରୀ ବୟ ଜିନିଷକୁ ଫିଙ୍ଗି ଦଉଡିଥିଲେ ।

ପରେ କୁକୁରର ମାଲିକାଣୀ ତାକୁ ଡାକି ଘର ଭିତରକୁ ନେଇଥିଲେ, ଡେଲିଭରୀ ବୟ ନିଜ ଗାଡିରେ ଯଥାଶୀଘ୍ର ସେହି ସ୍ଥାନରୁ ପ୍ରସ୍ଥାନ କରିଥିଲେ ।

 

Comments are closed.