ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ବିଧାୟିକା ଅତିସୀଙ୍କୁ କରୋନା

ନୂଆଦିଲ୍ଲୀ : ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଧାୟିକ ଅତିସୀ କରୋନା ପଜିଟିଭ୍ ଥିବା ଜଣାପଡିଛ ।ମନୀଷ ସିସୋଦିଆ ଏବଂ ଅତିସୀଙ୍କର କୋଭିଡ-୧୯ ଟେଷ୍ଟ ପାଇଁ ସ୍ବାବ୍ ନମୁନା ଲ୍ୟାବକୁ ପଠାଯାଇଥିଲା। ଯାହାର ରିପୋର୍ଟ ଆସିବା ପରେ ଦୁହେଁ କରୋନା ସଂକ୍ରମିତ ଥିବା ଜଣାପଡିଥିଲା ।

କରୋନା ଆକ୍ରାନ୍ତ ହୋଇଥିବା ଆମ୍ ଆଦମୀ ପାର୍ଟି ବିଧାୟିକା ଅତିଶୀ ଦକ୍ଷିଣ ଦିଲ୍ଲୀର କାଲକାଜୀ ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଛନ୍ତି । ବର୍ତ୍ତମାନ ସେ ଘରେ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡିଛି ।

ଏଠାରେ ସୂଚନାଯୋଗ୍ୟ ମଙ୍ଗଳବାର ଦିନ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର୍ ଜୈନ ଜ୍ୱର ସହିତ ଶ୍ୱାସଜନିତ ପୀଡ଼ା ଅନୁଭବ କରିଥିଲେ । ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା କିନ୍ତୁ ତାଙ୍କର କରୋନା ନେଗେଟିଭ୍ ଚିହ୍ନଟ ହୋଇଥିଲା। ଏବେ ଆଉଥରେ ସେ କରୋନା ଟେଷ୍ଟ୍ କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି ।ସେହିପରି ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା । ଅବଶ୍ୟ ପରୀକ୍ଷାରେ ଭୂତାଣୁ ନେଗେଟିଭ୍ ଜଣାପଡ଼ିଥିଲା ।

Comments are closed.