ଦିଲ୍ଲୀ ଦଙ୍ଗାକୁ ରାଜନୈତିକ ରଙ୍ଗ ଦେବାର ପ୍ରୟାସ କରାଯାଇଛି : ଅମିତ ଶାହା

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗାକୁ ରାଜନୈତିକ ରଙ୍ଗ ଦେବାର ପ୍ରୟାସ କରାଯାଇଛି। ତେବେ ଫେବୃଆରୀ ୨୫ ପରେ କୌଣସି ଦଙ୍ଗା ହୋଇନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଦିଲ୍ଲୀ ଦଙ୍ଗା ପ୍ରସଙ୍ଗରେ ବୁଧବାର ଲୋକସଭାରେ ହୋଇଥିବା ଆଲୋଚନାର ଉତ୍ତର  ଦେଇ ଶ୍ରୀ ଶାହା ଏହା କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ..

-ହିଂସାରେ ମୃତ୍ୟୁ ଘଟିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି। 
– ହିଂସାକୁ ଭିନ୍ନ ରଙ୍ଗ ଦିଆଯାଉଛି।
– ହିଂସାକୁ ରାଜନୈତିକ ରଙ୍ଗ ଦେବାର ପ୍ରୟାସ କରାଯାଇଛି।
-ଆମେ କହିଥିଲୁ ହୋଲି ପରେ ସଂସଦରେ ଆଲୋଚନା ହେବ, କିନ୍ତୁ ବିରୋଧୀ ଦଳ ମାନିଲେ ନାହିଁ।
-ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟ ଥିଲା।
-୨୫ ଫେବୃଆରୀ ପରେ କୌଣସି ଦଙ୍ଗା ହୋଇନାହିଁ ।
-ହିଂସାକୁ ସମଗ୍ର ଦିଲ୍ଲୀକୁ ବ୍ୟାପିବାକୁ ନ ଦେବା ଦିଲ୍ଲୀ ପୁଲିସର ବଡ଼ ସଫଳତା।
-ସର୍ବାଧିକ ୩୬ ଘଣ୍ଟା ପର୍ଯ୍ୟନ୍ତ ଦଙ୍ଗା ହୋଇଛି, ୩୬ ଘଣ୍ଟା ମଧ୍ୟରେ ଦିଲ୍ଲୀ ପୁଲିସ ଏହାକୁ ନିୟନ୍ତ୍ରଣ କରିପାରିଛି।
-ଦଙ୍ଗା ଯୋଗୁଁ ମୁଁ କୌଣସି କାର୍ଯ୍ୟକ୍ରମକୁ ଯାଇନାହିଁ 

-ମୋ ଅଧ୍ୟକ୍ଷତାରେ ପୁଲିସ ସହିତ ସମସ୍ତ ସମୀକ୍ଷ ବୈଠକ ହୋଇଥିଲା।
– ମୋ ପରାମର୍ଶ ଅନୁସାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରଭାବିତ ଅଞ୍ଚଳକୁ ଯାଇଥିଲେ।
-ମୁଁ ଏଥିପାଇଁ ସେଠାକୁ ଗଲି ନାହିଁ କାରଣ ମୋ ସୁରକ୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଥାନ୍ତା।
-୨୫ ଫେବୃଆରୀ ରାତିରେ ସ୍ଥିତି ନିୟନ୍ତ୍ରଣାଧିନ ଥିଲା।
ତେବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିରେ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବା ସହ କକ୍ଷ ତ୍ୟାଗ କରିଥିଲେ। ଏହା ପରେ ମଧ୍ୟ ସ୍ବରାଷ୍ଟ୍ରମନ୍ତ୍ରୀ ତାଙ୍କ ଉତ୍ତର ଜାରି ରଖିଥିଲେ।
-୨୭ ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୭୦୦ ଏଫଆଇଆର ଦିଆଯାଇଛି।
-ସଫ୍ଟୱେୟାର ମାଧ୍ୟମରେ ୧୧୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି।
– ସିସିଟିଭି, ମିଡିଆ ଠାରୁ ସୂଚନା ସଂଗ୍ରହ କରାଯାଉଛି।
-ଦଙ୍ଗା ପାଇଁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ୩ ଜଣ ଗିରଫ।
-୨୬୪୭ ଲୋକଙ୍କୁ ଗିରଫ କରାଯାଇଛି ଅବା ପୁଲିସ ହେପାଜତକୁ ନିଆଯାଇଛି।

-କୌଣସି ଦୋଷୀଙ୍କୁ ଛଡା ଯିବ ନାହିଁ, ଦଙ୍ଗା କରିଥିବା ଲୋକ ମୁକୁଳିପାରିବେ ନାହିଁ, ଆଇନ ହାତରୁ ଖସିଯାଇ ପାରିବେ ନାହିଁ।

ତେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହାଙ୍କ ଉତ୍ତର ପରେ ଗୃହକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Comments are closed.