ଦିଲ୍ଲୀ ହିଂସା : ବାଦ ପଡ଼ିଲେନି ଗଣମାଧ୍ୟମ ପ୍ରତିନିଧି

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଭୟଙ୍କର ହେଉଛି ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଚାଲିଥିବା ହିଂସା । ସିଏଏ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ କ୍ରମଶଃ ଉଗ୍ର ରୂପ ନେଉଛି। ବିଶେଷ କରି ଉତ୍ତର-ପୂର୍ବ ଦିଲ୍ଲୀରେ ଏହି ହିଂସା ଭୀଷଣ ଆକାର ଧାରଣ କରୁଛି । ଏହି ହିଂସାରେ ମୃତ୍ୟୁ ସଂଖ୍ୟା ୧୩ ରେ ପହଞ୍ଚିଛିଥିବା ବେଳେ ୧୩୫ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ଏପରିକି ହିଂସାକାରୀଙ୍କ କବଳରୁ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ଦଙ୍ଗାର ଫଟୋ ଉଠାଉଥିବାବେଳେ ଏହାକୁ ବିରୋଧ ପୂର୍ବକ ଦଙ୍ଗାକାରୀ ସେମାନଙ୍କୁ ଆକ୍ରମଣ କରିବା ସହ କ୍ୟାମେରା ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ଆକ୍ରମଣରେ ୪ଜଣ ସାମ୍ବାଦିକ ଆହତ ହୋଇଥିବା ପ୍ରକାଶ।

Comments are closed.