ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀ ନିଲମ୍ବିତ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଛି।ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପରିଦର୍ଶକ ଭାବରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରଫେସର ତ୍ୟାଗିଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ଏବଂ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତା ଅଭାବ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ଚଳିତ ବର୍ଷ ଜୁଲାଇ ୧୭ ପୂର୍ବରୁ ଚିକିତ୍ସା ନିମନ୍ତେ ଛୁଟିରେ ଥିବାବେଳେ ପ୍ରଫେସର ତ୍ୟାଗିଙ୍କ ଅନୁମୋଦନ କ୍ରମେ ଜାରି ସମସ୍ତ ଆଦେଶକୁ ବାତିଲ କରାଯାଇଛି। ଜୁଲାଇ ୧୭ରେ ପ୍ରଫେସର ପି.ସି. ଯୋଶୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶିକ୍ଷା ମନ୍ତ୍ରଣାଳୟ ଏହାର ଆଦେଶରେ କହିଛି ଯେ କୁଳପତି ପ୍ରଫେସର ତ୍ୟାଗୀ ବିଶ୍ୱବିଦ୍ୟାଳୟର ନିୟମ ଅନୁଯାୟୀ କାର୍ଯ୍ୟ ପରିଚାଳନା ନ କରିବାରୁ ବିଶ୍ୱବିଦ୍ୟାଳୟ ପରିଚାଳନାରେ ବିଭ୍ରାଟ ଦେଖାଦେଇଛି।