ଦିନ ଦ୍ବପ୍ରହରରେ ରାଜଧାନୀର ବିଚ୍ ରାସ୍ତାରେ ଗୁଳି ମାଡ ; ଜଣେ ମୃତ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଅପରାଧୀମାନଙ୍କ ସାହସ ବଢିବାରେ ଲାଗିଛି। ଦିନ ଦ୍ବପ୍ରହରରେ ବିଚ୍ ରାସ୍ତାରେ ଏକ କାର ଉପରକୁ ଗୁଳି ମାଡ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ମଧୁ ବିହାର ଅଞ୍ଚଳରେ ଘଟିଛି। ରବିବାର ଦିନ ଦ୍ବପ୍ରହରରେ କିଛି ଅଜଣା ଆକ୍ରମଣ ଏକ କାର ଉପରକୁ ଗୁଳିମାଡ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତ ଅବସ୍ଥାରେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.