ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୫୦୦ କୁଡିଆ, ଦେଖନ୍ତୁ ଭିଡ଼ିଓ……

ନୂଆଦିଲ୍ଲୀ : ଦକ୍ଷିଣପୂର୍ବ ଦିଲ୍ଲୀର ତୁଘଲକବାଦସ୍ଥିତ ଏକ ବସ୍ତି ଅଞ୍ଚଳରେ ସୋମବାର ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଭୟାବହ ଅଗ୍ନିକାଣ୍ଡରେ ବସ୍ତିରେ ଥିବା ପ୍ରାୟ ୧୫୦୦କୁଡିଆ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି।

ଅଗ୍ନିଶମ ବିଭାଗର ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତ୍ରି ପ୍ରାୟ ୧୨ଟା ୫୦ସମୟରେ ଅଗ୍ନିକାଣ୍ଡ ହୋଇଥିବା ନେଇ ତାଙ୍କ ପାଖକୁ ଫୋନ ଆସିଥିଲା। ଖବର ପାଇବା ପରେ ଅଗ୍ନିଶମ ବିଭାଗ ତତକ୍ଷଣାତ୍ ଯାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ମାତ୍ର ନିଆଁ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୧୫୦୦କୁଡିଆ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

Comments are closed.