ଦିଲ୍ଲୀ ଆତ୍ମହତ୍ୟା ଓ ନମ୍ବର ୧୧

0

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଓ ଲୋମହର୍ଷଣକାରୀ ଦିଲ୍ଲୀ ଆତ୍ମହତ୍ୟା ଘଟଣା ସହିତ ନଂ ୧୧ର ରହସ୍ୟକୁ ପୁଲିସ ଉନ୍ମୋଚନ କରିଛି। ଘଟଣାର ଇତିମଧ୍ୟରେ ୫ ଦିନ ବିତିଛି। ଏ ପର୍ଯ୍ୟନ୍ତ ମୃତ୍ୟୁ ପଛର କାରଣ ସମ୍ପର୍କରେ ପୁଲିସ କୌଣସି ଚୂଡ଼ାନ୍ତ ନିଷ୍ପର୍ଷରେ ପହଞ୍ଚି ପାରିନାହିଁ। ପ୍ରାଥମିକ ତଦନ୍ତ ଆଧାରରେ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି। ଅପରପକ୍ଷରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ମୃତ୍ୟୁ ସହିତ ତନ୍ତ୍ର ବିଦ୍ୟା ସାଧନାର ସମ୍ପୃକ୍ତି ଥାଇପାରେ ବୋଲି ଗୁଜବ ସୃଷ୍ଟି ହୋଇଥିବା ବେଳେ ଅତିଶୟ ଅନ୍ଧବିଶ୍ୱାସ ହିଁ ଆତ୍ମହତ୍ୟା ପଛର କାରଣ ବୋଲି ହେତୁବାଦୀମାନେ ଯୁକ୍ତି ଉପସ୍ଥାପନ କରିଛନ୍ତି। ସମୟ ବିତିବା ସହିତ ମୃତ୍ୟୁ ଘଟଣା ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏବେ ସେଭଳି କିଛି ରହସ୍ୟ ପୁଲିସ ଉନ୍ମୋଚନ କରିଥିବା ଦାବି କରିଛି।
ଘରୁ ମିଳିଥିବା ଏକାଧିକ ସାମଗ୍ରୀ ସହିତ ରହସ୍ୟମୟ ମୃତ୍ୟୁର ସମ୍ପର୍କ କଣ ରହିଛି ସେ ବିଷୟରେ ପୁଲିସ ତନ୍ନ ତନ୍ନ କରି ଯାଞ୍ଚ କରୁଛି। ତଦନ୍ତ ସମୟରେ ପୁଲିସ ହାତରେ ଏଭଳି କିଛି ପ୍ରମାଣ ଲାଗିଛି ଯାହା ପୂୂର୍ବାପେକ୍ଷା ଆହୁରି ରୋମାଞ୍ଚକର।
ପୁଲିସକୁ ଘରୁ୧୧ଟି ଡାଏରି ମିଳିଛି। ଡାଏରିଗୁଡ଼ିକ ଗତ ୧୧ ବର୍ଷ ତଳୁ ହିଁ ଲେଖା ଆରମ୍ଭ ହୋଇଛି। ଡାଏରୀରେ ଲଳିତ ହଁ ଲେଖୁଥିଲେ।
ପରିବାରର ୧୧ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଘରେ ୧୧ଟି ପାଇପ୍‍ ରହିଛି। ତେବେ ଆତ୍ମହତ୍ୟା ପାଇଁ ହିଁ ସେହି ୧୧ ପାଇପ୍‍ ଲଗାଯାଇଥିଲା କି ନାହିଁ ସେହି ଦ୍ୱନ୍ଦ୍ୱ ଉପରୁ ପରଦା ହଟାଇବାରେ ଗତ ୧୧ ବର୍ଷ ଧରି ଲେଖାଯାଇଥିବା ୧୧ଟି ଡାଏରୀ ସାହାଯ୍ୟ କରିବ ବୋଲି ତଦନ୍ତକାରୀ ଅଧିକାରୀ ଆଶା ରଖିଛନ୍ତି।
ପରିବାର ବୟୋଜ୍ୟେଷ୍ଠ ସଦସ୍ୟା ନାରାୟଣୀ ଦେବୀ(୭୭)ଙ୍କ ସମେତ ସମସ୍ତ ସଦସ୍ୟ ସାନ ପୁଅ ଲଲିତ ଚୁଣ୍ଡାୱତ୍‍(୪୫)ଙ୍କ କଥାକୁ ମାନୁଥିଲେ। ସ୍ୱର୍ଗୀୟ ପିତାଙ୍କ ଆଦେଶ ଅନୁଯାୟୀ ପରିବାରର ସଦସ୍ୟ ସମୂହ ଆତ୍ମହତ୍ୟା କରିବା ପାଇଁ ଲଲିତ କହିବା ପରେ ସମସ୍ତେ ଆତ୍ମହତ୍ୟା କରିଥିଲେ। ଏହି ସବୁ ଘଟଣା ଡାଏରିରେ ଲିିପିବଦ୍ଧ ହୋଇଛି।

ଡାଏରିରର ଶେଷ ବାକ୍ୟରେ ଏକ କପ୍‍ରେ ପାଣି ରଖିବାକୁ ନିର୍ଦେଶ ରହିଛି। ଏହା ପରେ ଆତ୍ମହତ୍ୟା ଉଦ୍ୟମ କରିବାକୁ କୁହାଯାଇଛି। ‘ଯେତେବେଳେ ପାଣିର ରଙ୍ଗ ନୀଳ ହେବ ସେତେବେଳେ ମୁଁ ଆସି ତୁମମାନଙ୍କୁ ବଞ୍ଚେଇବି’ ବୋଲି ଉଲ୍ଲେଖ ରହିଛି ।
ଡାଏରୀରେ ଜୁନ୍‍ ୧୯ ତାରିଖରେ ଲେଖା ଥିଲା – ‘ମୁଁ ଯାହା କହିଥିଲି ଆଜି ତାହା ହିଁ ହୋଇଛି। ଭବିଷ୍ୟତରେ ମଧ୍ୟ ଏଭଳି କରିବାକୁ ହେବ। ବିଶ୍ୱାସରେ ଅଟଳ ରହିବା ଉଚିତ।’
ଜୁନ୍‍ ୩୦ ବା ମୃତ୍ୟୁର ଶେଷ ଦିନ ପୂର୍ବରୁ ଡାଏରୀରେ ଲେଖା ଥିଲା – ‘ଭଗବାନ୍‍ଙ୍କ ରାସ୍ତା: ୧୦ଟା ବେଳେ ଖାଦ୍ୟ ପାଇଁ ଅର୍ଡର ଦିଆଯିବ। ଏହାପରେ ମା’ ସମସ୍ତଙ୍କୁ ନିଜ ହାତରେ ଖୁଆଇବେ। ରାତି ୧ଟାବେଳେ ଚୂଡ଼ାନ୍ତ କ୍ରିୟା ସମ୍ପନ୍ନ ହେବ। ୯ ଜଣ ଗ୍ରିଲ୍‍ରେ ଝୁଲି ଆତ୍ମହତ୍ୟା କରିବେ। ଆଉ ଦୁଇଜଣ ମନ୍ଦିର ନିକଟରେ ଆତ୍ମହତ୍ୟା କରିବେ। ମୁହଁ, ଆଖି ଓ କାନରେ ପଟି ବନ୍ଧାଯିବ।’

ମୃତକଙ୍କ ପଡ଼ୋଶୀ ଘରେ ଥିବା ଏକ ସିସିଟିଭି ଫୁଟେଜ୍‍ରୁ ମିଳିଥିବା ତଥ୍ୟାନୁଯାୟୀ –
୧୦.୩୦ରେ ପରିବାରର ବୟୋଜ୍ୟେଷ୍ଟ ମହିଳା ନାରାୟଣୀ ଦେବୀ ଷ୍ଟୁଲ୍‍ ଆଣିଲେ
୧୦.୧୫ରେ ୧୨ ବର୍ଷ ବୟସ୍କ ଧୃବ ଓ ୧୫ ବର୍ଷ ବୟସ୍କ ଶିବମ୍‍ ଷ୍ଟୋରରୁମ୍‍ରୁ ପ୍ଳାଷ୍ଟିକ୍‍ ଦଉଡ଼ି ଆଣିଥିଲେ।
୧୦.୩୯ରେ ୨୦ ଟି ରୁଟି ଅର୍ଡର କଲେ।
୧୦.୩୯ରେ ରୁଟି ଆସିଲା।
୧୦.୫୭ରେ ବଡ଼ ପୁଅ ଭୁବନେଶ କୁକୁରକୁ ବୁଲାଇବାକୁ ବାହାରକୁ ନେଲେ।
୧୧.୦୪ରେ ଘରକୁ ଫେରିଲେ।
ଜୁଲାଇ ୧ ୫.୫୬ରେ ଖିର ବାସ୍କେଟ୍‍ ସେଭଳି ଥୁଆ ହୋଇଥିଲା।
୭.୧୪ରେ ଜଣେ ପଡ଼ୋଶୀ ଘରୁ ଭିତରେ ମୃତ ଦେହ ପଡ଼ିଥିବା ଦେଖିଥିଲେ।

Leave A Reply