ଦିଲ୍ଲୀ ଅନାହାର ମୃତ୍ୟୁର ତଦନ୍ତ ନିର୍ଦେଶ

0

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ତିନି ଶିଶୁଙ୍କର ଅନାହାର ମୃତ୍ୟୁ ଘଟଣା ଉପରେ କେନ୍ଦ୍ର ସରକାର ତଦନ୍ତ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ଗୁରୁବାର ଏହି ନିର୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାର ମଧ୍ୟ ଏହାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀର ଆପ୍‍ ସରକାର ଏହି ଘଟଣା ପାଇଁ ଉପରାଜ୍ୟପାଳଙ୍କୁ ଦାୟୀ କରିଛି। ଦିଲ୍ଲୀ ସରକାର କହିଛନ୍ତି ଯେ ଲୋକଙ୍କ ଘର ନିକଟରେ ରାସନ ସାମଗ୍ରୀ ପହଞ୍ଚାଇବା ଲାଗି ଯୋଜନା ହୋଇଥିବାବେଳେ ଉପରାଜ୍ୟପାଳ ଏହାକୁ ଅନୁମୋଦନ ଦେଉ ନାହାନ୍ତି। ଅନାହାରରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାର ପାଖରେ ରାସନ କାର୍ଡ ନଥିବା ଜଣାଯାଇଛି। ପୂର୍ବ ଦିଲ୍ଲୀର ମାଣ୍ଡାୱାଲି ଗ୍ରାମରେ ୩ ଉଭଣୀ ମାନସି (୮), ପାରୋ (୪) ଓ ସୁଖୋ (୨) ମଙ୍ଗଳବାର ଅନାହାର ଯୋଗୁଁ ପ୍ରାଣ ହରାଇଥିଲେ। ଶିଶୁଙ୍କର ପିତା ମଙ୍ଗଲ ଜଣେ ରିକ୍ସା ଚାଳକ ହୋଇଥିବାବେଳେ ମା’ ପାଗେଳି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ତିନି ଶିଶୁଙ୍କର ଅନାହାର ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

Leave A Reply