ଦିଲ୍ଲୀ ବାଚସ୍ପତିଙ୍କୁ ୬ ମାସ କାରାଦଣ୍ଡାଦେଶ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ବିବେକ ବିହାର କଲୋନୀରେ ବାସ କରୁଥିବା ଜମି ବ୍ୟବସାୟୀ ମନୀ​ଷ ଘାଇଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିବା ମାମଲାରେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲଙ୍କୁ ୬ ମାସ କାରାଦଣ୍ଡାଦେଶ ହୋଇଛି। ଗତ ୧୧ତାରିଖରେ ଏହି ମାମଲାର ରାୟ ପ୍ରକାଶ ପାଇଥିଲା ଓ ଏଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶୁକ୍ରବାର ତାଙ୍କର ଦଣ୍ଡ ଘୋଷଣା କରାଯାଇଛି।

ବର୍ଷକରୁ କମ୍‌ ଅବଧି କାରାଦଣ୍ଡାଦେଶ ହୋଇଥିବାରୁ ତାଙ୍କର ବିଧାନସଭା ସଭ୍ୟପଦ ବଞ୍ଚିଯାଇଛି। ତାଙ୍କ ସହିତ ଦୋଷୀ ସାବ୍ୟସ୍ତ ଅନ୍ୟ ୪ ଜଣଙ୍କୁ ମଧ୍ୟ ୬ ମାସ ଲେଖାଏଁ କାରାଦଣ୍ଡାଦେଶ ହୋଇଛି। ୨୦୧୫ ଫେବୃଆରୀରେ ଏହି ଘଟଣା ଘଟିଥିବାବେଳେ ମନୀଷ ଗୋଏଲଙ୍କ ବିରୋଧରେ ବିବେକ ଥାନାରେ ଏତଲା ଦେଇଥିଲେ। ଏହି ମାମଲାରେ ପୁଲିସ ୨୦୧୭ ସେପ୍ଟେମ୍ବରରେ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା।

Comments are closed.