ଦିଲ୍ଲୀ ଅନାହାର ମୃତ୍ୟୁ ଘଟଣା: ପିଲାମାନଙ୍କୁ ବିଷ ଦିଆଯାଇଥିବା ଆଶଙ୍କା

0

ନୂଆଦିଲ୍ଲୀ : ଦିଲ୍ଲୀର ମଣ୍ଡୱାଲି ଅଞ୍ଚଳରେ ତିନି ଶିଶୁ ଅନାହାର ଜନିତ ପ୍ରାଣ ହରାଇବା ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି। ସବ୍‍ ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ୍‍)ଙ୍କ ଦ୍ୱାରା ହୋଇଥିବା ତଦନ୍ତର ପ୍ରାଥମିକ ରିପୋର୍ଟ ଅନୁଯାୟୀ ପିଲାମାନଙ୍କୁ ବିଷ ଦିଆଯାଇଥିବା କୁହାଯାଇଛି। ଏହା ସହିତ ଦାରିଦ୍ରତା କାରଣରୁ ପିଲାମାନଙ୍କ ଅନାହାର ମୃତ୍ୟୁ ହୋଇ ନାହିଁ। କାରଣ ପ୍ରାଣ ହରାଇଥିବା ତିନି ଭଉଣୀଙ୍କ ମଧ୍ୟର ବଡ ଭଉଣୀ ମାନସି (୮)ର ବ୍ୟାଙ୍କ ଆକାଉଣ୍ଟରେ ୧୮୦୫ ଟଙ୍କା ଜମା ଥିଲା। ତେଣୁ ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଉପବାସ ରଖାଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ୮ଦିନ ଉପବାସ ରହିବା ପରେ ଜୁଲାଇ ୨୪ରେ ମାନସି ସହିତ ଅନ୍ୟ ଦୁଇ ଭଉଣୀ ପାରୋ (୪) ଓ ସୁଖୋ (୨)ଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କୁ ଜଣେ ପଡୋଶୀ ଡାକ୍ତରଖାନା ଆଣିଥିବାବେଳେ ସେଠାରେ ମୃତ ଘୋଷଣା କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ସେମାନଙ୍କର ଅନାହାର ଜନିତ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା।

Leave A Reply