ଦିଲ୍ଲୀରେ କୋଠା ଭୁଶୁଡି ୫ ଛାତ୍ର ମୃତ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀର ଗୋକଳପୁର-ଭଜନପୁର ଅଞ୍ଚଳରେ କୋଠା ଭୁଶୁଡି ଶନିବାର ୫ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି କୋଠା ଭିତରେ କୋଚିଂ ସେଣ୍ଟର ଚଲାଯାଉଥିଲା । ଛାତ୍ରମାନେ ପଢୁଥିବାବେଳେ  ହଠାତ୍ ଏହାର ଛାତ ଭୁଶୁଡି ପଡ଼ିଥିଲା। ଫଳରେ ୫ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା‌ ବେଳେ ଅନେକ ଛାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ସ୍ଥଳରେ ଦମକଳର 7ଟି ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Comments are closed.