ଦିଲ୍ଲୀରେ ପ୍ରବଳ ବର୍ଷା, ବରଫ ଚାଦରରେ ଜମ୍ମୁକାଶ୍ମୀର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ଷା । ବିଳମ୍ବିତ ରାତିରେ ଦିଲ୍ଲୀ-ଏନସିଆରରେ ପ୍ରବଳ ପବନ ସହିତ ବର୍ଷା ହୋଇଛି । ଫଳରେ ଲୋକମାନଙ୍କ ଯାତାୟାତରେ ବାଧା ଉପୁଜିଥିଲା । ପାଣିପାଗ ବିଭାଗ ଅନୁଯାୟୀ ରବିବାର ପର୍ୟ୍ୟନ୍ତ ଆକାଶ ମେଘୁଆ ରହିବ। ଏଥି ସହ ଆଜି ବି ଦିଲ୍ଲୀରେ ପ୍ରବଳ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ । ପରେ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଆକଳନ କହିଛି ପାଣିପାଗ ବିଭାଗ । ହରିୟାଣା, ପଞ୍ଜାବ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଆସନ୍ତାକାଲି ଯାଏ ବର୍ଷା ହେବ । ଅନ୍ୟପଟେ ଉତ୍ତରଭାରତରେ ପ୍ରବଳ ତୁଷାରପାତ ହେବା ସହ ଆଜି ଜମ୍ମୁକାଶ୍ମୀରର ଶୋପିଆନରେ ବରଫର ଏକ ମୋଟା ସ୍ତର ଦେଖିବାକୁ ମିଳିଛି । ଜମ୍ମୁକାଶ୍ମୀରରେ ବ୍ୟାଟେରୀ କାର ଏବଂ ହେଲିକପ୍ଟର ସେବା ସ୍ଥଗିତ ରଖାଯାଇଛି। ଏବଂ କାଟ୍ରାସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରରେ ତୁଷାରପାତ ଜାରି ରହିଛି।

Comments are closed.