ବଡଧରଣର ଆକ୍ରମଣ ଯୋଜନା କରୁଥିବା ୩ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ଦେଶରେ ଏକ ବଡଧରଣର ଆକ୍ରମଣର ଯୋଜନା କରୁଥିବା ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସୋମବାର ଦିଲ୍ଲୀ ପୁଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଡିସିପି ପ୍ରମୋଦ କୁଶବହା କହିଛନ୍ତି ଯେ, ଆମର ସ୍ପେଶାଲ ସେଲ ଗୁଇନ୍ଦା ସୂତ୍ରରୁ ଖବରପାଇ ଇସଲାମ, ରଞ୍ଜିତ ଅଲ୍ଲୀ ଓ ଜମାଲ ନାମକ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନେ ଦେଶରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରୁଥିଲେ। ସାଧାଣତଃ ଏମାନେ ଆସାମରେ ବୋମା ବିସ୍ଫୋରଣ କରିବାର ଯୋଜନା ପ୍ରସ୍ତୁତ କରିଥିଲେ । ଯଦି ଏହା ସଫଳ ହୋଇଥାନ୍ତା ତେବେ ସେମାନଙ୍କର ପରବର୍ତ୍ତୀ ଟାର୍ଗେଟ ଦିଲ୍ଲୀ ରହିଥିଲା ବୋଲି ଡିସିପି ପ୍ରମୋଦ କହିଛନ୍ତି।

Comments are closed.