ଜେଏନୟୁ ହିଂସା – ମିଳିଲା ମୁଖାଧାରୀଙ୍କ ସୁରାଗ, ରାତିରେ ହେବ ଗିରଫଦାରୀ

ନୂଆଦିଲ୍ଲୀ: ଜେଏନୟୁ ଆକ୍ରମଣ ଘଟଣାରେ ମୁଖାଧାରୀ ଆକ୍ରମଣକାରୀଙ୍କୁ ଚିହ୍ନଟ ପାଇଁ ଦିଲ୍ଲୀ ପୁଲିସକୁ ସୁରାଗ ମିଳିଥିବା ଜଣାପଡିଛି। ସମ୍ପୃକ୍ତ ମୁଖାଧାରୀମାନେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରକାଶ କରି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଉପରେ ବାଡ଼ି ଓ ଲୁହ ରଡ଼ରେ ଆକ୍ରମଣ କରିଥିଲେ। ସରକାରୀ ସୂତ୍ରରୁ ଜଣାପଡିଛି, ଖୁବ ଶୀଘ୍ର ଦିଲ୍ଲୀ ପୁଲିସ ମୁଖାଧାରୀମାନଙ୍କୁ ଚିହ୍ନଟ କରିବ। ତେବେ ପୁଲିସକୁ କେଉଁ ଭଳି ସୁରାଗ ମିଳିଛି ସେ ସମ୍ପର୍କରେ ଜଣାପଡିନାହିଁ।

ଏହି ଘଟଣାରେ ପୁଲିସ ଅଧିକ ସଜାଗ ରହିବା ସହ କ୍ୟାମ୍ପସ ଭିତରେ ଛାତ୍ର ଓ ଶିକ୍ଷକଙ୍କ ମେଳି ନେଇ ଅଧିକ ସତର୍କତା ଅବଲମ୍ବନ କରୁଛି। ଇତି ମଧ୍ୟରେ କିଛି ମୁଖାଧାରୀଙ୍କୁ ଚିହ୍ନଟ କରାଯାଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏନଆଇ କହିଛି। ଗତ ବୁଧବାର ପୁଲିସକୁ ୧୧ଟି ଅଭିଯୋଗ ମିଳିଥିବା ବେଳେ ଜେଏନୟୁର ଜଣେ ପ୍ରଫେସର ମଧ୍ୟ ଗୋଟିଏ ମାମଲା ଦାୟର କରିଛନ୍ତି। ପୁଲିସ ଡେପୁଟି କମିଶନର ଦେବେନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ଜେଏନୟୁ କ୍ୟାମ୍ପସ ମଧ୍ୟରେ ସାଦା ପୋଷାକରେ ପୁଲିସ ମୁତୟନ ରହିବେ।

Comments are closed.