ଦାଉଦ ସହଯୋଗୀ ଗିରଫ

ନୂଆଦିଲ୍ଲୀ : ଦାଉଦ ଇବ୍ରାହିମ୍‌ର ସହଯୋଗୀ ଅନୱାର ଠାକୁରକୁ ଦିଲ୍ଲୀ ପୁଲିସ ଶନିବାର ଚାନ୍ଦବାଗ୍‌ ଅଞ୍ଚଳରୁ ଗିରଫ କରିଛି। ତା’ଠାରୁ ବ୍ରାଜିଲ ନିର୍ମିତ ଏକ ୨୨ଲକ୍ଷ ଟଙ୍କାର ଏକ ପିସ୍ତଲ ଜବତ କରାଯାଇଛି। ଅନୱାର ୧୯୯୨ରେ ସଦର ବଜାର ଥାନା ଭିତରେ ଜଣେ ପୁଲିସ ସୂଚନାଦାତାଙ୍କୁ ହତ୍ୟା କରିଥିଲା। ତାକୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲେ ମଧ୍ୟ ସେ ପାରୋଲରେ ଆସି ଫେରାର ହୋଇଯାଇଥିଲା। ତାର ୬ ଭାଇଙ୍କ ମଧ୍ୟରୁ ଜଣେ ଆସ୍ରଫ ୨୦୦୨ରେ ପୁଲିସ ଗୁଳିରେ ମୁମ୍ବଇଠାରେ ନିହିତ ହୋଇଥିଲା। ବବ୍‌ଲୁ ଶ୍ରୀବାସ୍ତବ ଓ ଫୈଜଲ-ଉର୍‌-ରେହମାନ ଭଳି ମାଫିଆଙ୍କ ସହିତ ତାର ଘନିଷ୍ଠ ସମ୍ପର୍କ ରହିଛି।

Comments are closed.