୭୪୦ କୋଟି ଠକେଇ: ରାନବାକ୍ସିର ୨ ପୂର୍ବତନ ପ୍ରମୋଟରଙ୍କ ସମେତ ୫ ଗିରଫ

ନୂଆଦିଲ୍ଲୀ: ଏକ ଠକେଇ ମାମଲାରେ ଦେଶର ପ୍ରମୁଖ ଫାର୍ମା କମ୍ପାନୀ ରାନ୍‌ବାକ୍ସିର ପୂର୍ବତନ ପ୍ରମୋଟରଙ୍କୁ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଗୁରୁବାର ବିଳମ୍ବିତ ରାତିରେ ପଞ୍ଜାବରୁ ଗିରଫ କରିଛି। ସେ ହେଲେ ମାଲବିନ୍ଦର ସିଂହ। ମାଲବିନ୍ଦରଙ୍କୁ ଗିରଫ କରିବା ପୂର୍ବରୁ ଦିଲ୍ଲୀ ପୁଲିସ ରାନବାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ରେଲିଗେୟାର ଏଣ୍ଟରପ୍ରାଇଜେସ ଲିମିଟେଡ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ପୁଲିସ ଏହି ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ କମ୍ପାନୀର ପାଖାପାଖି ୭୪୦ କୋଟି ଟଙ୍କାକୁ ଆତ୍ମସାତ କରିବା ସହିତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ଅନ୍ୟତ୍ର ବିନିଯୋଗ କରିଥିଲେ। ଗିରଫ ଅନ୍ୟ ୩ ଅଭିଯୁକ୍ତ ହେଲେ ରେଲିଗେୟାର କମ୍ପାନୀର ପୂର୍ବତନ ପରିଚାଳନା ନିର୍ଦେଶକ ସୁନୀଲ ଗୋଧୱାନୀ, କବି ଆରୋରା ଏବଂ ଅନୀଲ ସକ୍‌ସେନା।

Comments are closed.