ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରୁ ୧୦ ମାନବ ଚୋରା ଚାଲାଣକାରୀ ଗିରଫ; ୧୪ ପିଲା ଉଦ୍ଧାର

ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀ ରେଳ ଷ୍ଟେସନରୁ ୧୦ ଜଣ ମାନବ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଏହାସହିତ ୧୪ ଜଣ ପିଲାଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ସମସ୍ତ ପିଲା ୧୨ରୁ ୧୪ ବର୍ଷ ବୟସର ବୋଲି ଜଣାପଡ଼ିଛି।

ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଓ ଉଦ୍ଧାର ହୋଇଥିବା ପିଲାମାନଙ୍କୁ ଲାଜପତ ନଗରର କ୍ୱାରେଣ୍ଟାଇନ୍‍ ସେଣ୍ଟରକୁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ପିଲାମାନଙ୍କୁ ବିହାରର ବିଭିନ୍ନ ସ୍ଥାନରୁ ଅଣାଯାଇଥିଲା ଓ ସେମାନଙ୍କୁ ଦିଲ୍ଲୀ, ହରିୟାଣା ଓ ପଞ୍ଜାବର କେତେକ କାରଖାନାରେ କାମ କରାଇବାକୁ ନିଆଯାଉଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.