ଜାନୁଆରୀ ୨୬ ଲାଲକିଲ୍ଲା ଓ ଦିଲ୍ଲୀରେ ହିଂସାକାଣ୍ଡ ଘଟଣା : ପୁରସ୍କାର ଘୋଷଣା କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ :  ଜାନୁଆରୀ ୨୬ ତାରିଖ ଦିନ ଲାଲକିଲ୍ଲାଠାରେ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣା ସହ ଜଡ଼ିତ ୮ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଲେ ଏଥିପାଇଁ ପୁରସ୍କାର ପ୍ରଦାନ କରାଯିବା ବିଷୟ ଦିଲ୍ଲୀ ପୁଲିସ୍‍ ଘୋଷଣା କରିଛି। ଦୀପ୍‍ ସିଦ୍ଧୁ, ଯୁଗରାଜ ସିଂହ, ଗୁରୁଜୋତ ସିଂହ ଓ ଗୁରୁଜନ୍ତ ସିଂହଙ୍କ ସମ୍ବନ୍ଧରେ ତଥ୍ୟ ଦେଲେ ୧ଲକ୍ଷ ଟଙ୍କା ଲେଖାଏଁ
ପୁରସ୍କାର ପ୍ରଦାନ କରିବାକୁ ଦିଲ୍ଲୀ ପୋଲିସ୍‍ ଘୋଷଣା କରିଛି।
ତା’ଛଡ଼ା ଜଜବୀର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଓ ଇକବାଲ ସିଂହ ସମ୍ବନ୍ଧରେ ସୂଚନା ପ୍ରଦାନ କରିଲେ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ମଧ୍ୟ ଦିଲ୍ଲୀ ପୁଲିସ୍‍ ଘୋଷଣା କରିଛି। ଲାଲକିଲ୍ଲା ହିଂସାକାଣ୍ଡ ଓ ଦିଲ୍ଲୀର ଅନ୍ୟାନ୍ୟ ଭାଗରେ ଘଟିଥିବା ଘଟଣା ଉପରେ ମୋଟ୍‍ ୪୪ଟି ମାମଲା ରୁଜୁ କରାଯାଇଛି। ପୁଲିସ କହିଛି ମୋଟ୍‍ ୧୨୩ ଜଣ ଲୋକଙ୍କୁ ଗିରଫ କରାଯାଇଛି। ହିଂସାକାଣ୍ଡ ଘଟଣାରେ ୫ଶହରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ହିଂସାକାଣ୍ଡ ଘଟଣାର ତଦନ୍ତ
କରିବାକୁ ଦିଲ୍ଲୀ ପୋଲିସ୍‍ ଏକ ଝଓଞ ଗଠନ କରିଛି।

Comments are closed.