ମୁଖ୍ୟ କାର୍ଯ୍ୟାଳୟରୁ ଡେଇଁ ଆତ୍ମହତ୍ୟା କଲେ ଦିଲ୍ଲୀ ଏସିପି

0

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀ ପୁଲିସ ମୁଖ୍ୟ କାର୍ଯ୍ୟାଳୟର ୧୦ ମହଲାରୁ ଡେଇଁ ଜଣେ ଏସିପି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ ଆତ୍ମହତ୍ୟା କରିଥିବା ଏସିପି ହେଊଛନ୍ତି ୫୩ ବର୍ଷୀୟ ପ୍ରେମ ବଲ୍ଲଭ । ତାଙ୍କ ମୃତଦେହ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା। ମୃତ ପ୍ରେମ ବଲ୍ଲଭ ଦିଲ୍ଲୀ ପୁଲିସର କ୍ରାଇମ ଓ ଟ୍ରାଫିକ୍‌ ୟୁନିଟ୍‌ରେ କାର୍ଯ୍ୟରତ ଥିଲେ । ୨୦୧୬ରେ ସେ ଉତ୍ତମ ସେବା ପାଇଁ ପଦକ ହାସଲ କରିଥିଲେ । ତେବେ ଏସିପି ପ୍ରେମ ବଲ୍ଲଭଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ଏନେଇ ଦିଲ୍ଲୀ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ଏସିପି ପ୍ରେମ ବଲ୍ଲଭ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ କେହି ଅଟ୍ଟାଳିକାରୁ ଠେଲି ହତ୍ୟା କରିଛନ୍ତି ତାହା ସନ୍ଦେହ ଘେରରେ ରହିଛି ।

ପ୍ରକାଥ ଥାଉ ଯେ, ଗତ କିଛି ଦିନ ମଧ୍ୟରେ ଅନେକ ପୁଲିସ ଅଧିକାରୀ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଚଳିତ ବର୍ଷ ମେ ୨୯ରେ ଉତ୍ତରପ୍ରଦେଶର ଜଣେ ପିପିଏସ୍ ଅଧିକାରୀ ରାଜେଶ ସାହନୀ କାର୍ଯ୍ୟାଳୟରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଏହା ପୂର୍ବରୁ ମେ ୧୧ ତାରିଖରେ ଏକାଉଣ୍ଟର ସ୍ପେଶାଲିଷ୍ଟ ଆଇପିଏସ ହିମାଂଶୁ ରାୟ ଆତ୍ମହତ୍ୟା କରିଥିଲେ ।

Leave A Reply