କରୋନା ସଂକ୍ରମଣରେ ମୁମ୍ବଇକୁ ପଛରେ ପକାଇଲା ଦିଲ୍ଲୀ

ରାଜଧାନୀରେ କରୋନା ରୋଗୀଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ମୁମ୍ବଇକୁ ପଛରେ ପକାଇଛି ଦିଲ୍ଲୀ। ରାଜଧାନୀରେ କରୋନା ରୋଗୀଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି। ଏନେଇ ବୁଧବାର ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି। ସେହିଭଳି, ମହାରାଷ୍ଟ୍ର ସରକାର ମୁମ୍ବଇରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬୯୫୨୮ ବୋଲି କହିଛନ୍ତି।
ମୁମ୍ବଇରେ ମୋଟ ୬୯୫୨୮ ରୋଗୀଙ୍କ ମଧ୍ୟରୁ ୩୭୦୦୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଠାରେ ୩୯୬୪ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.