ଗୋଷ୍ଠୀ ସଂକ୍ରମଣ ଓମିକ୍ରନ୍‍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆତଙ୍କ ମଚାଉଛି କରୋନା । ଦିଲ୍ଲୀରେ ପ୍ରତ୍ୟେକ ଦିନ ୨୦ ହଜାର ଉପରେ କରୋନା ମାମଲା ଆସୁଛି । ଏହି ସମୟରେ ଓମିକ୍ରନକୁ ନେଇ ଆସିଛି ବଡ଼ ଖବର । କୁହାଯାଉଛି ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଦେଶରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଦେଖା ଦେଇଥିବା ବେଳେ, ବର୍ତ୍ତମାନ ଚିନ୍ତାର କରାଣ ପାଲଟିଛି । ରାଜଧାନୀ ଦିଲ୍ଲୀରେ ହାଇବ୍ରିଡ ଇମ୍ୟୁନିଟି ବି ଆରମ୍ଭ ହୋଇଯାଇଛି । ଗତ ୨୨ ଦିନ ପୂର୍ବରୁ ଏହା ଦେଖା ଦେଇଥିଲା । ତାହା ସହ ଦୁଇଟି ଯାକ ଡୋଜ୍‍ ନେଇଥିବା ବ୍ୟକ୍ତିଙ୍କ ନିକଟରେ ଏମିତି ଦେଖିବାକୁ ମିଳିଛି । ଟିକା ନେବା ପରେ ଓମିକ୍ରନ ସଂକ୍ରମିତ ହୋଇଛନ୍ତି ଲୋକମାନେ । ଚିକିତ୍ସା ବିଜ୍ଞାନରେ ଏହାକୁ ହାଇବ୍ରିଡ ଇମ୍ୟୁନିଟି କୁହାଯାଉଛି ।

Comments are closed.