୧୫ବର୍ଷ ପୁରୁଣା ଡିଜେଲ ଗାଡ଼ିକୁ ଜବତ୍‍ କରିବ ଦିଲ୍ଲୀ ଆରଟିଓ

0

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୁଷଣ ନିୟନ୍ତ୍ରଣ ନିମନ୍ତେ ସୋମବାରଠାରୁ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ ପରିବହନ ବିଭାଗ। ଲୋକଙ୍କ ଘରଘର ବୁଲି ପରିବହନ ବିଭାଗ ଓ ଏମଡିସି ମିଳିତ ଭାବେ ୧୫ବର୍ଷ ପୁରୁଣା ଡିଜେଲ ଗାଡ଼ିକୁ ଜବତ କରିବାକୁ ନିଷ୍ପତ୍ତି ନେଇଛି। ଏହି ଅଭିଯାନରେ ପୁଲିସର ସହଯୋଗ ମଧ୍ୟ ନିଆଯିବ। ଏଥି ନିମନ୍ତେ ପରିବହନ ବିଭାଗ ୧୫ବର୍ଷ ଓ ତା’ଠାରୁ ଅଧିକ ପୁରୁଣା ଡିଜେଲ ଗାଡ଼ିର ପଞ୍ଜିକରଣକୁ ବାତିଲ କରିଛନ୍ତି। ଏହି ଗାଡ଼ିର ମାଲିକଙ୍କ ନାମର ଏକ ତାଲିକା ମଧ୍ୟ ପରିବହନ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀର କଲୋନୀମାନଙ୍କରେ ଛିଡ଼ା ହେଉଥିବା, ରାସ୍ତା ପାଶ୍ୱର୍ରେ ଛିଡ଼ା ହେଉଥିବା ଏପରିକି ଫୁଟପାଥରେ ଛିଡ଼ା ହେଉଥିବା ଗାଡ଼ିରୁ ଜବତ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜବତ ଗାଡ଼ିକୁ ଆଉ ତାଙ୍କ ମାଲିକଙ୍କୁ ନଫେରେଇବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି।

Leave A Reply