କୁଟ୍ଟୁର ଅଟା ଖାଇ ୮ଶହରୁ ଅଧିକ ଅସୁସ୍ଥ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବୁଧବାର ସାମ୍ନାକୁ ଆସିଛି। ମଙ୍ଗଳବାର ବିଳମ୍ବିତ ରାତିରେ କୁଟ୍ଟୁର ଅଟା (ଏକ ପ୍ରକାର ଶସ୍ୟରୁ ପ୍ରସ୍ତୁତ)ର ରୁଟି ଖାଇବା ପରେ ପ୍ରାୟ ୮୦୦ରୁ ଅଧିକ ଲୋକେ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ଏକ ହସ୍ପିଟାଲରେ ଗତକାଲି ରାତିରେ ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡ ବୁଲାଇବା ରୋଗୀ ପହଞ୍ଚିଥିଲେ। ସେମାନେ ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ,ଖିଚଡୀପୁର ଓ ତ୍ରିଲୋକପୁରୀ ଅଞ୍ଚଳର। କୁଟ୍ଟୁର ଅଟାର ରୁଟି ଖାଇବା ପରେ ହିଁ ଉକ୍ତ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, କୌଣସି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନାହିଁ।

 

Comments are closed.