ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ଆଜି ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଅଧିକ ସଂଖ୍ୟାରେ ପୁଲିସ ମୁତୟନ ହେବା ଫଳରେ ହିଂସା ସାମାନ୍ୟ ହ୍ରାସ ପାଇଛି। ଅନ୍ୟପଟେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦ରେ ପହଞ୍ଚିଛି। ୧୫୦ରୁ ଅଧିକ ଲୋକେ ଆହତ ହୋଇ ଏବେ ଚିକିତ୍ସାଧୀନ ହେଉଛନ୍ତି। ଆହତଙ୍କ ମଧ୍ୟରୁ ୧୭ରୁ ଅଧିକ ଲୋକଙ୍କ ଶରୀରରେ ଗୁଳି ବାଜିଥିବା ଜଣାପଡ଼ିଛି। ଏହାସହ ଦିଲ୍ଲୀର ବହୁ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସିଏଏକୁ ନେଇ ବିରୋଧୀ ଓ ସମର୍ଥକଙ୍କ ମଧ୍ୟରେ ରବିବାରଠାରୁ ସୃଷ୍ଟି ହୋଇଥିବା ହିଂସା ମଙ୍ଗଳବାର ଉଗ୍ର ରୂପ ନେଇଥିଲା। ମୌଜପୁର ଓ କର୍ଦମପୁରୀରେ ଅଧିକ ହିଂସା ଓ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯାଇଥିଲା।

Comments are closed.