ଦିଲ୍ଲୀର ହସ୍ପିଟାଲରେ ଅଗ୍ନିକାଣ୍ଡ ; ଜଣେ ମୃତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ହସ୍ପିଟାଲରେ ଶନିବାର ଭୀଷଣ ଅଗ୍ନିକାଣ୍ଡ ହେବା ସହ ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି ହୋଇ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଜଣେ ୬୪ ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି। ହସ୍ପିଟାଲରେ ଥିବା ଅନ୍ୟ ରୋଗୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ଉକ୍ତ ହସ୍ପିଟାଲର ୩ୟ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଭୋର ୫ଟାରେ ଏନେଇ ଖବର ମିଳିଥିଲା। ଏହାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ପୁଲିସଙ୍କ କହିବାନୁଯାୟୀ, ଜଣେ ରୋଗୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉକ୍ତ ରୋଗୀଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ଅମ୍ଳଜାନ ଯୋଗାଣରେ ବାଧା ଘଟିବାରୁ ତାଙ୍କର ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।
ଏହା ପୂର୍ବରୁ ଗତ ମେ ମାସ ୨୭ରେ ଦକ୍ଷିଣ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ ଓ ପୂର୍ବ ଦିଲ୍ଲୀର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ମାତ୍ର ଏଥିରେ କୌଣସି ଜୀବନ ହାନୀ ନ ହେବା ସହ କେହି ଆହତ ମଧ୍ୟ ହୋଇନଥିଲେ।

Comments are closed.