ଦିଲ୍ଲୀ ହାଇକୋର୍ଟରେ ନିର୍ଭୟା ଦୋଷୀ ପବନ ଗୁପ୍ତାର ପିଟିଶନ ଖାରଜ, ପବନର ଓକିଲ ଦେବେ ୨୫ ହଜାର ଜୋରିମାନା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀଙ୍କ ମଧ୍ୟରେ ଥିବା ପବନ ଗୁପ୍ତା ପିଟିଶନକୁ ଶୁଣାଣୀ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି। ୭ ବର୍ଷ ତଳେ ଅର୍ଥାତ୍ ୨୦୧୨ରେ ନିର୍ଭୟା ଗଣଦୁଷ୍କର୍ମ ସମୟରେ ପବନ ଗୁପ୍ତା ନାବାଳକ ଥିବା ନେଇ ଦାୟର କରିଥିବା ପିଟିଶନକୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଶୁଣାଣୀ କରିବାକୁ ମନା କରିବା ସହ ତାର ପିଟିଶନକୁ ଖାରଜ କରିଦେଇଛନ୍ତି। ଏଥି ସହିତ କୋର୍ଟର ସମୟ ନଷ୍ଟ କରିଥିବା ପବନ ଗୁପ୍ତାର ଓକିଲକୁ ୨୫ ହଜାର ଟଙ୍କା ଜୋରିମାନା ଦାଖଲ ପାଇଁ ବିଚାରପତି ସୁରେଶ କୁମାର ନିର୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ନିର୍ଭୟା ମାମଲାର ଦୋଷୀଙ୍କ ଖୁବ୍ ଶୀଘ୍ର ଫାଶି ଦିଆଯିବ ବୋଲି ସୂଚନା ମିଳୁଛି। ଏହାପୂର୍ବରୁ ସୁପ୍ରିମକୋର୍ଟ ନିର୍ଭୟା ମାମଲାରେ ଫାଶୀ ଦଣ୍ଡ ମିଳିଥିବା ଅକ୍ଷୟ କୁମାରର ପୁନର୍ବିଚାର ମାମଲାକୁ ଖାରଜ କରିଦେଇଥିଲେ।

 

ଏଠାରେ ସୂଚନାଯୋଗ୍ୟ ୨୦୧୨ ମସିହା ଡିସେମ୍ୱର ୧୬ ତାରିଖରେ ଦିଲ୍ଲୀରେ ନିର୍ଭୟାଙ୍କ ସହ ଗଣ ବଳାତ୍କାର ହୋଇଥିଲା, ଏବଂ ଚିକିତ୍ସାଧିନ ଅବସ୍ଥାରେ ଡିସେମ୍ୱର ୨୯ ତାରିଖରେ ମୃତ୍ୟୁ ହୋଇଥିଲା ।

 

Comments are closed.