ଅସହ୍ୟ ହେଲା ବାୟୁ ପ୍ରଦୂଷଣ, ମାସ୍କ ବାଣ୍ଟିବେ କେଜିରିୱାଲ ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁପ୍ରଦୂଷଣ ଅସହ୍ୟ ପରିସ୍ଥିତିରେ ପହଞ୍ଚିଛି। ଘରୁ ବାହାରକୁ ବାହାରିବାକୁ ବି ଭୟ କଲେଣି ଦିଲ୍ଲୀବାସୀ । ଏପରି ପରିସ୍ଥିତିରେ ଦିଲ୍ଲୀର କେଜିରିୱାଲ ସରକାର ବାୟୁପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ରକ୍ଷା କରିବାପାଇଁ ମାସ୍କ ବାଣ୍ଟିବାର ବ୍ୟବସ୍ଥା କରିଛନ୍ତି। ସରକାର ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲରେ ୧ ନଭେମ୍ବର ଠାରୁ ମାସ୍କ ବାଣ୍ଟିବାର କାର୍ୟ୍ୟକ୍ରମ ଥିବା ସୂଚନା ମିଳିଛି। ଏହି ଅଭିଯାନରେ ୧ ସପ୍ତାହ ମଧ୍ୟରେ ୫୦ ଲକ୍ଷ ମାସ୍କ ବାଣ୍ଟିବାର ଯୋଜନା ଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ କେଜିରିୱାଲ ବୁଧବାର ଏକ ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି ଯେ, ସ୍କୁଲ ପିଲାମାନଙ୍କୁ ‘ଏନ୯୫‘ ମାସ୍କ ପ୍ରଦାନ କରାଯିବ। ପିଲାମାନଙ୍କୁ ମାସ୍କ ଥିବା ସମ୍ପୁର୍ଣ୍ଣ କିଟ୍ ପ୍ରଦାନ କରାଯିବ ଯେଉଁଥିରେ ‘ଏନ୯୫‘ ର ୨ଟି ମାସ୍କ ରହିଥିବ। କେଜିରିୱାଲ କହିଛନ୍ତି ପ୍ରଥମେ ତାଙ୍କ ସରକାର ସ୍କୁଲ ପିଲାମାନଙ୍କୁ ଏହି ମାସ୍କ ପ୍ରଦାନ କରିବେ ଏବଂ ଏହାପରେ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀର ପ୍ରତି ଘରେ ମାସ୍କ ପହଞ୍ଚାଇ ଦେବୁ।

Comments are closed.