କେଜରିୱାଲଙ୍କ ଘର ସମ୍ମୁଖରେ ଏମ୍‍ସିଡି କର୍ମଚାରୀଙ୍କ ଧାରଣା

0

ନୂଆଦିଲ୍ଲୀ : ଚାକିରି ନିୟମିତ କରିବା ସହ ଦରମା ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୁବିଧା ପ୍ରଦାନ ଭଳି ବିଭିନ୍ନ ଦାବି ନେଇ ପୂର୍ବ ଦିଲ୍ଲୀ ପୌରନିଗମ (ଏମ୍‍ସିଡି) କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନ ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି କର୍ମଚାରୀମାନେ ସେପ୍ଟେମ୍ବର ୧୨ରୁ ନିଜ ଦାବି ପୂରଣ ଲାଗି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। କେଜରିୱାଲଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପୂର୍ବକ ଧାରଣା ଦେବା ବେଳେ ପୁଲିସ ସେମାନଙ୍କୁ ସେଠାରୁ ଘଉଡାଇବାକୁ ଉଦ୍ୟମ କରିଥିଲା। ଫଳରେ ସେଠାରେ ଉଭୟପକ୍ଷ ମଧ୍ୟରେ ସଂଘର୍ଷ ଘଟିଛି। ଅନ୍ୟପଟେ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ୧୫ ଜଣ କେନ୍ଦ୍ରୀୟ ପ୍ରତିନିଧିଙ୍କ ସହିତ କେଜରିୱାଲଙ୍କୁ ଭେଟି ଏହି କର୍ମଚାରୀଙ୍କ ଦାବି ସମ୍ବନ୍ଧରେ ଆଲୋଚନା କରିଛନ୍ତି।

Leave A Reply