ଦିଲ୍ଲୀ ଉପରାଜ୍ୟପାଳ ଭାବେ ଶପଥ ନେଲେ ବିନୟ କୁମାର ସକ୍‍ସେନା

ଡେସ୍କ: ବିନୟ କୁମାର ସକ୍‍ସେନା ଦିଲ୍ଲୀର ଉପରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ଅସ୍ଥାୟୀ ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସେ ଦିଲ୍ଲୀର ଏକବିଂଶ ଉପରାଜ୍ୟପାଳ। ପୂର୍ବରୁ ଶ୍ରୀ ସକ୍‍ସେନା ଖଦୀ ଓ ଗ୍ରାମ୍ୟ ଶିଳ୍ପ କମିଶନର ଚେୟାରମ୍ୟାନ୍‍ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସକ୍‍ସେନାଙ୍କୁ ଦିଲ୍ଲୀର ଉପରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ପୂର୍ବରୁ ଅନୀଲ ବୈଜଲ ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇସାରିଛନ୍ତି।

Comments are closed.