ଦିଲ୍ଲୀ ଉପରାଜ୍ୟପାଳ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ଏବଂ ସେ ଏବେ ଘରେ ସଙ୍ଗରୋଧରେ ଅଛନ୍ତି। ଏନେଇ ଶ୍ରୀ ବୈଜଲ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

ଉପରାଜ୍ୟପାଳ ଟ୍ବିଟ୍‌ କରି ଲେଖିଛନ୍ତି ​‌ଯେ, ‘‘ମୋର କରୋନା ରିପୋର୍ଟ ପଜିଟିଭ ଆସିଛି ଏବଂ ମୋର ସାମାନ୍ୟ ଲକ୍ଷଣ ଦେଖାଦେଇଛି। ମୁଁ ସଙ୍ଗରୋଧରେ ଅଛି। ଗତ କିଛିଦିନ ହେବ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ମଧ୍ୟ କରୋନା ପରୀକ୍ଷା ହୋଇସାରିଛି। ମୁଁ ମୋ ବାସଭବନରୁ ଦିଲ୍ଲୀର ପରିସ୍ଥିତି ନୀରୀକ୍ଷଣ ରଖିବା ସହ ମୋ କାର୍ଯ୍ୟ କରୁଥିବି’’।

Comments are closed.