ଦିଲ୍ଲୀର ସମସ୍ତ ଜେଲ୍‌ରେ ଲାଗିବ ସିସିଟିଭି କ୍ୟାମେରା, ଖର୍ଚ୍ଚ ହେବ ୧୨୦କୋଟି

0

ନୂଆଦିଲ୍ଲୀ . – ଦିଲ୍ଲୀର ସମସ୍ତ ଜେଲ୍‌ରେ ରାଜ୍ୟ ସରକାର ଏବେ ସିସିଟିଭି କ୍ୟାମେରା ଲଗାଇବେ ।  ଏଥିପାଇଁ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ ।  ତିହାର ,ରୋହିଣୀ ଓ ମାନ୍ଦୋଲ ଜେଲ୍‌ରେ  ସମସ୍ତ କୋଠରୀରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ଜେଲ୍‌ ଭିତରେ କେତକ ଅପରାଧିଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଦିଆଯାଉଥିବାର ଅଭିଯୋଗ ହୋଇଥିଲା । ଏହାପରେ ଦିଲ୍ଲୀ ସରକାର ଜେଲ୍‌ର  ସମସ୍ତ ଓ୍ୱାର୍ଡରେ ସିସିଟିଭି କ୍ୟାମେରା ଲଗାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଜେଲ୍‌ମାନଙ୍କରେ ହାଇ ରେଜଲ୍ୟୁସନ ଓ  ଅଲଟ୍ରୋ ମଡର୍ଣ୍ଣ ସିସିଟିଭିକ୍ୟାମେରା ଲଗାଯିବ । ଜେଲ୍‌ ଅନ୍ତେବାସୀଙ୍କ ସୁରକ୍ଷା  ଏବଂ ଜେଲ୍‌ର ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯିବ । କ୍ୟାମେରାର ଭିଡିଓକୁ  ୩୦ ଦିନପର୍ଯ୍ୟନ୍ତ ସ୍ୱୟଂ କ୍ରିୟ ଭାବେ ସାଇତି (ସେଭ୍‌)  ରଖିବ ।

Leave A Reply