ଦିଲ୍ଲୀ ଜାହାଙ୍ଗୀରପୁରୀ ଗଣ୍ଡଗୋଳ ଘଟଣା, ୧୪ ଗିରଫ

ଡେସ୍କ: ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳରେ ଘଟିଥିବା ଗଣ୍ଡଗୋଳରେ ଜଡ଼ିତ ୧୪ଜଣଙ୍କୁ ଆଜି ପୁଲିସ୍‍ ଗିରଫ କରିଛି। ଗୁଳି ଚଳାଇଥିବା ଜଣେ ଅଭିଯୁକ୍ତକୁ ବନ୍ଧୁକ ସହିତ ପୁଲିସ୍‍ ଗିରଫ କରିଛି। ଏ ବିଷୟରେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ୍‍ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ପୁଲିସ୍‍ କମିଶନର ରାକେଶ ଆସ୍ଥାନା କହିଛନ୍ତି ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ପରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଶ୍ରୀ ଆସ୍ଥାନା ଟ୍ୱିଟ୍‍ କରି କହିଛନ୍ତି ଜାହାଙ୍ଗୀରପୁରୀ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ପୁଲିସ ବଳ ମୁତୟନ କରାଯାଇଛି। ସେ କହିଛନ୍ତି, ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ଏବଂ ତା’ର ଆଖପାଖ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

Comments are closed.