କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜଙ୍କୁ କେନ୍ଦ୍ରର ଘର ଖାଲି କରିବା ନୋଟିସ ଉପରେ ରହିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ

କିମ୍ବଦନ୍ତୀ କଥକ ନୃତ୍ୟୁଗୁରୁ ପଣ୍ଡିତ ବିର୍ଜୁ ମହାରାଜଙ୍କୁ ଦିଲ୍ଲୀ ସ୍ଥିତ ବାସଗୃହ ଖାଲି କରିବାକୁ କେନ୍ଦ୍ର ସରକାର ଦେଇଥିବା ନୋଟିସ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ ବିଭୂ ବଖରୁ ଏହି ରହିତାଦେଶ ଜାରି କରିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ଏହି କଥକ ଗୁରୁଙ୍କୁ ଆବଂଟିତ ହୋଇଥିବା ଘର ଆଜି ସୁଦ୍ଧା (୨୦୨୦ ଡିସେମ୍ବର ୩୧) ଖାଲି କରିବାକୁ ନିର୍ଦ୍ଦେଶ ଦେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ।

ତେବେ ଆଜି ଏହି ବିବାଦୀୟ ନିର୍ଦ୍ଦେଶନାମାର ବୈଧତା ସମ୍ପର୍କରେ ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ୨୦୨୦ ଅକ୍ଟୋବର ୯ରେ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶ ଆସନ୍ତା ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ନାହିଁ। ବରିଷ୍ଠ ଓକିଲ ଅଖିଲ ସିବଲ, ବେଦାନ୍ତ ଭର୍ମା, ଭିଭୋର କୁଶ ଓ ଫରେହା ଅହମ୍ମଦ ଖାନ ବିର୍ଜୁ ମହାରାଜଙ୍କ ତରଫରୁ ହାଜର ହୋଇଥିଲେ। ସୂଚନାଯୋଗ୍ୟ, ଅନ୍ୟ ବିଶିଷ୍ଟ କଳାକାରମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ଆବଂଟିତ ଗୃହ ଖାଲି କରିବା ପାଇଁ ନୋଟିସ ଦେଇଛନ୍ତି ଓ ଏ ସମ୍ପର୍କିତ ମାମଲା ବର୍ତ୍ତମାନ ମାମଲା ବିଚାରାଧୀନ ଅଛି।

Comments are closed.