ଟୁ-ଜି ମାମଲା: ପୂର୍ବ ଦୂରସଞ୍ଚାରମନ୍ତ୍ରୀ ଏ. ରାଜାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଦୂରସଞ୍ଚାର ମନ୍ତ୍ରୀ ଏ. ରାଜା ଓ ଅନ୍ୟମାନଙ୍କୁ ଟୁ-ଜି ମାମଲାରେ ନୋଟିସ ଜାରି କରିଛି । ପ୍ରବର୍ତନ ନିର୍ଦେଶାଳୟ (ଇଡ଼ି)ଙ୍କ ଆବେଦନ ଆଧାରରେ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନୋଟିସ ଜାରି କରିଥିବା କୁହାଯାଉଛି । ପ୍ରବର୍ତନ ନିର୍ଦେଶାଳୟ ଏହି ମାମଲାର ତୁରନ୍ତ ଶୁଣାଣି ନିମନ୍ତେ ଅଦାଲତରେ ଏକ ଆବେଦନ କରିଥିଲା, ପୂର୍ବରୁ ଟୁ-ଜି ସ୍ପେକ୍ଟ୍ରମ ମାମଲା ସହ ଜଡ଼ିତ ଓ ଏଥିରେ ପୂର୍ବରୁ ଏ.ରାଜାଙ୍କୁ ଖଲାସ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ଗତମାସରେ ପ୍ରବର୍ତନ ନିର୍ଦେଶାଳୟ ଓ ସିବିଆଇ ଟୁ-ଜି ମାମଲାରେ ପୂର୍ବତନ ଦୂରସଞ୍ଚାର ମନ୍ତ୍ରୀ ଏ ରାଜା ଓ ଅନ୍ୟମାନଙ୍କୁ ଖଲାସ କରାଯିବା ବିରୋଧରେ ଆପତ୍ତି ଉଠାଇବା ସହ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲା । ଏହା ସହ ଏହାର ତୁରନ୍ତ ଶୁଣାଣି ନିମନ୍ତେ ଆବେଦନ କରିଥିଲା । ଅବଶ୍ୟ ଏହା ପୂର୍ବରୁ ପ୍ରବର୍ତନ ନିର୍ଦେଶାଳୟ ନିମ୍ନ ଅଦାଲତର ରାୟ ବିରୋଧରେ ୨୦୧୮ ମାର୍ଚ ମାସରେ ଆପତ୍ତି ଉଠାଇ ଏହାର ପୁନର୍ବିଚାର ଦାବି କରିଥିଲା । ମାତ୍ର ଏହାପରେ ଏହାର ଶୁଣାଣି ହୋଇପାରି ନାହିଁ । ତେଣୁ ଏହି ମାମଲାର ତୁରନ୍ତ ଶୁଣାଣି ନିମନ୍ତେ ପ୍ରବର୍ତନ ନିର୍ଦେଶାଳୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।

Comments are closed.