ଆଗୁଆ ଜାମିନ୍‍ ଆବେଦନ ମାମଲା : ଦିଲ୍ଲୀ ହାଇକୋର୍ଟରୁ ରବର୍ଟ ଭଦ୍ରାଙ୍କୁ ଜବାବ ତଲବ

ନୂଆଦିଲ୍ଲୀ : ଏକ କଳାଧନ ମାମଲାରେ ରବର୍ଟ ଭଦ୍ରାଙ୍କ ଆଗୁଆ ଜାମିନ୍‍ ଆବେଦନକୁ ଖାରଜ କରିବା ବିଷୟ ଲୋଡ଼ି ପ୍ରବର୍ତ୍ତନ ନିର୍ଦେଶାଳୟ  କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଭଦ୍ରାଙ୍କଠାରୁ ଜବାବ୍‍ ତଲବ କରିଛନ୍ତି । ଜଷ୍ଟିସ୍‍ ଚନ୍ଦ୍ରଶେଖର ଏପ୍ରିଲ୍‍ ପହିଲାର ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ଇଡିର ଆବେଦନକୁ ଗ୍ରହଣ କରି ଭଦ୍ରାଙ୍କୁ ନୋଟିସ୍‍ ପଠାଇଛନ୍ତି।

ଭଦ୍ରାଙ୍କ ଘନିଷ୍ଠ ସହଯୋଗୀ ମନୋଜ ଅରୋରାଙ୍କୁ ମଧ୍ୟ ହାଇକୋର୍ଟ ସମାନ ଧରଣର ନୋଟିସ୍‍ ପଠାଇଛନ୍ତି। ରବର୍ଟ ଭଦ୍ରା ଲଣ୍ଡନରେ ଦୁଇ ନିୟୁତ ପାଉଣ୍ଡ ମୂଲ୍ୟର ଏକ ସମ୍ପତ୍ତି କିଣିଥିବା ଘଟଣାରେ ତାଙ୍କ ବିରୁଦ୍ଧରେ କଳାଧନ ଅଭିଯୋଗ ଅଣାଯାଇଥିଲା। କଳାଧନ ନିବାରଣ ଆଇନ ଅଧୀନରେ ଏହି ବିଚାର ଚାଲିଛି।

Comments are closed.